ନୂଆଦିଲ୍ଲୀ,ଏଜେନ୍ସି: ପୁରା ଦେଶରେ ଏବେ କରୋନା ମହାମାରୀର ତୃତୀୟ ଲହରର ପ୍ରକୋପ ଜାରି ରହିଛି। ଯାହାକୁ ନେଇ ପଜିଟିଭିଟି ରେଟ୍ ମଧ୍ୟ ଉପରମୁହାଁ ରହିଥିଲା। ମାତ୍ର ଏବେ କରୋନା କହରରୁ ସାମନ୍ୟ ଆଶ୍ୱସ୍ଥି ମିଳିଛି । ଆଜି ଦେଶରେ ପଜିଟିଭିଟି ରେଟ୍ ୧୦ ପ୍ରତିଶତ ତଳକୁ ହ୍ରାସ ପାଇଛି।
ପୂର୍ବରୁ ଦୈନିକ ପଜିଟିଭିଟି ରେଟ୍ ୧୧.୬ ପ୍ରତିଶତ ରହିଥିବା ବେଳେ ଆଜି ଏହା ୯.୨୬ ପ୍ରତିଶତକୁ ଖସିଛି। ସେହିପରି ସାପ୍ତାହିକ ପଜିଟିଭିଟି ରେଟ୍ ୧୪.୧୫ ପ୍ରତିଶତ ରହିଛି। ଏବେ ପୁରା ଦେଶରେ ୧୬.୨୧,୬୦୩ଟି ଆକ୍ଟିଭ କେସ୍ ରହିଛି।
ଅନ୍ୟପଟେ ଆଜି ଦେଶରେ ୧.୬୧ ଲକ୍ଷ ନୂଆ କୋଭିଡ୍ ମାମଲା ରେକର୍ଡ଼ କରାଯାଇଛି। ଏଥିସହ ଦେଶରେ ମୋଟ ମାମଲା ୪,୧୬,୩୦,୮୮୫କୁ ଛୁଇଁଛି। ଦେଶରେ ପଜିଟିଭିଟି ରେଟ୍ ହ୍ରାସ ପାଉଥିବାରୁ ତୃତୀୟ ଲହରର ପିକ୍ ଅତିକ୍ରମ ହୋଇ ସାରିଛି ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।