ବ୍ରିଟେନରେ ବଢୁଛି କୋଭିଡ୍ ସଂକ୍ରମଣ

ଲଣ୍ଡନ,ଏଜେନ୍ସି: ବ୍ରିଟେନରେ କୋଭିଡ୍ ଭୂତାଣୁ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଛି। ଗତ ସପ୍ତାହରେ ସର୍ବାଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଜଣେ ମୁଖ୍ୟ ମେଡ଼ିକାଲ ଅଫିସର ସୋମବାର କହିଛନ୍ତି, ସ୍ୱାସ୍ଥ୍ୟ ସେବା ଏକ ବିପଦଜ୍ଜନକ ସମୟ ମଧ୍ୟରେ ଗତିକରୁଛି। ଟିକାକରଣ ଚାଲିଥିବା ସତ୍ୱେ କୋଭିଡ୍ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସଂଖ୍ୟାରେ ଅଧିକ ରହିଛି। ବ୍ରିଟେନରେ କୋଭିଡ୍ ମୃତ୍ୟୁସଂଖ୍ୟା ୮୧ ହଜାର ଅତିକ୍ରମ କରିଛି। ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ କୋଭିଡ୍ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେଣି। ଅନ୍ୟପକ୍ଷରେ ନୂଆ କୋଭିଡ୍ ଭୂତାଣୁ (କୋଭିଡ୍ ଷ୍ଟ୍ରେନ୍)ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉଦବେଗଜନକ ହୋଇଛି।