ସୋମବାର ଠାରୁ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ

କୋରାପୁଟ,ଏନ୍ଏନ୍ଏସ୍ : ସୋମବାରରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଜିଲ୍ଲାର ଦ୍ୱିତୀୟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ହସ୍ପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ସୂଚନା ଦେଇଛନ୍ତି। ହସ୍ପିଟାଲରେ ୫ଟି ଆଇସିୟୁ ସହ ୬୫ ଟି ଶଯ୍ୟା ରହିବ ବୋଲି ଜଣାପଡିଛି। ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ହସ୍ପିଟାଲ ପରିଦର୍ଶନ କରି କୋଭିଡ୍ ହସ୍ପିଟାଲ ଆରମ୍ଭ ପାଇଁ କରା ଯାଇଥିବା ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। ଏହା ପୂର୍ବରୁ ଜୟପୁରରେ ଏକ କୋଭିଡ ହସ୍ପିଟାଲ ଥିବାବେଳେ କୋରାପୁଟରେ ଦ୍ୱିତୀୟ ହସ୍ପିଟାଲ୍ ହେବ ବୋଲି ଜଣାପଡିଛି। ଗୁରୁତର କରୋନା ରୋଗୀମାନଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯିବା ସହ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପରିବାରବର୍ଗଙ୍କୁ ସୁଚନା ଦେବା ନିମନ୍ତେ ଏକ ନିୟନ୍ତ୍ରଣ କକ୍ଷ ରହିଥିବା ଜଣାପଡିଛି।