କଟକଣାକୁ ବିଧାୟକଙ୍କ ଚଟକଣା !

  • ଗଞ୍ଜାମ: କରୋନା କଟକଣାକୁ ବାଏଁ ବାଏଁ ଉଡ଼ାଇ ଶକ୍ତ ଚଟକଣା ଦେଇଛନ୍ତି ବିଜେଡି ବିଧାୟକ। ଗଞ୍ଜାମ ଜିଲ୍ଲା ସୋରଡ଼ାର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ କୋଭିଡ କଟକଣାର ଧଜ୍ଜିଆ ଉଡ଼ାଇଛନ୍ତି। ଶ୍ରାଦ୍ଧବାର୍ଷିକୀ ଅବସରରେ ନିଜ ଗାଁ ଅମୃତୁଲରେ ଏକ ବିରାଟ ଭୋଜିର ଆୟେଜନ କରିଥିଲେ। କଟକଣାକୁ ଜଳାଞ୍ଜଳି ଦେଇ ଶହଶହ ଲୋକଙ୍କୁ ଭୋଜି ଖୁଆଇଲେ ବିଧାୟକ। ପାଖକୁ ପାଖ ବସି ସମସ୍ତେ ଏକାଠି ଭୋଜି ଖାଇବାକୁ ଦେଖିବାକୁ ମିଳିଥିଲା। ଭୋଜିଭାତ ସହ ରକ୍ତଦାନ ଶିବିର ଓ ସ୍ମୃତି ମଣ୍ଡପ ବି ଉଦ୍ଘାଟନ କରିଥିଲେ। କରୋନା ପାଇଁ ଭୋଜିଭାତ ବାରଣ କରାଯାଇଥିଲେ ହେଁ ବିଧାୟକ ଏହାକୁ ଖୁଲମଖୁଲା ଉଲ୍ଲଂଘନ କରିଛନ୍ତି। ଏସମ୍ପର୍କରେ ବିଧାୟକ ଶ୍ରୀ ସ୍ୱାଇଁଙ୍କୁ ମତାମତ ଲୋଡ଼ାଯିବାରୁ, ତାହା ଭୋଜିଭାତ ନୁହେଁ, ପ୍ରସାଦ ସେବନ ବୋଲି କହିଥିଲେ। ଆମର କିଛି ଭୋଗି ହୋଇନି, ତାହା ଜୀବନବିନ୍ଦୁ କାର୍ଯ୍ୟକ୍ରମ ଥିଲା। ଆମେ ଆୟୋଜନ କରିନୁ, ଗାଁ ଲୋକ ଦେଇଥିବେ ବୋଲି କହିଲେ ବିଧାୟକ।