କରୋନାର ମୁକାବିଲା ପାଇଁ ଆର୍ଥିକ ସହାୟତା ଦାବି; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜିଲ୍ଲା ବିଜେଡି ସଭାପତି

ଦେବଗଡ଼,ଏନ୍ଏନ୍ଏସ୍: ଅନ୍ୟାନ୍ୟ ଜିଲ୍ଲା ଭଳି ଦେବଗଡ଼ ଜିଲ୍ଲାରେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଜିଲ୍ଲାର କୋଭିଡ ଗ୍ରାଫ ଉପର ମୁହାଁ ହୋଇରହୁଛି। ଏହି ସମୟରେ ଦେବଗଡ଼ ଜିଲ୍ଲାରେ କରୋନା ମୁକାବିଲା ଓ କୋଭିଡ ପରିଚାଳନା ନିମନ୍ତେ ଯଥେଷ୍ଟ ପରିମାଣର ଅର୍ଥ ନାହିଁ। ତେଣୁ ଜିଲ୍ଲାକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଜିଲ୍ଲା ବିଜେଡି ସଭାପତି ଶ୍ରୀ ବିଶ୍ୱାଳ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି।