ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ଡ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସେରପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ରୋଷେଇ କରୁଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ଘରର ୩ ବଖରା ଜଳିଯାଇଥିବା ବେଳେ ଏକ ଦମ୍ପତି ପୋଡ଼ି ହୋଇଯାଇଛନ୍ତି। ସୂଚନା ଅନୁସାରେ ସେରପୁର ଗାଁ’ର ସରୋଜିନୀ ସକାଳୁ ରୋଷେଇ କରୁଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ସ୍ତ୍ରୀ ସରୋଜିନୀ ପରିଡା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତ।

ଘରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଦମକଳ ବାହିନୀକୁ ଖରବ ଦେଇଥିଲେ। ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗୁରୁତରଙ୍କୁ ସେଠାରୁ ଡାକ୍ତରଖାନାକୁ ପଠାଯାଇଛି। ସେହିପରି ବିଦ୍ୟୁତ୍ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।