ଆଜିଠୁ ୪ ରାଜ୍ୟରେ କରୋନା ଟିକାକରଣ ମକ‌ଡ୍ରିଲ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ଟିକାକରଣ ପୂର୍ବରୁ ଆଜିଠାରୁ ୪ଟି ରାଜ୍ୟରେ ମକ‌ଡ୍ରିଲ୍‌ କରାଯାଉଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ରାଜ୍ୟର ୨ଟି ଲେଖାଏଁ ଜିଲାରେ ଟିକାକରଣ ପାଇଁ ହୋଇଥିବା ପ୍ରସ୍ତୁତିର ମକ‌ଡ୍ରିଲ୍‌ ହେବ। ଏହି ସମୟରେ କାହାକୁ ଟିକା ଦିଆଯିବ ନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଆସାମ ଏବଂ ଗୁଜରାଟରେ ଏହି ମକ‌ଡ୍ରିଲ କରାଯାଉଛି। ଏସବୁ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତି ପ୍ରାୟ ସମ୍ପନ୍ନ ହୋଇଛି। ତେବେ କିପରି ପ୍ରସ୍ତୁତି ହୋଇଛି ତାହାର ଅନୁଧ୍ୟାନ କରାଯିବ, ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ସମୟରେ କୋଲଡ ଚେନଠାରୁ ଆରମ୍ଭ କରି ଲୋକଙ୍କ ପଞ୍ଜୀକରଣ ଏବଂ ଟିକା ବୁଥରେ ଡୋଜ ଦେବା ବ୍ୟତୀତ ଚିକିତ୍ସା ତଦାରଖ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଜିଲ୍ଲା ଟିମ୍‌ ପକ୍ଷରୁ ଅଭ୍ୟାସ କରାଯିବ। ଟିକାକରଣ ମକ‌ଡ୍ରିଲ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼‌ ଆପ୍‌ ଏବଂ ୱେବ୍‌ସାଇଟରେ ସୂଚନା ଦିଆଯିବ।