ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଭାରତ ଆଉ ପାଦେ ଆଗକୁ ଆଗେଇଛି। ଦେଶରେ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ସେମାନଙ୍କୁ କୋୱିନ୍ ଆପରେ ଜାନୁଆରୀ ୧ରୁ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ନ୍ୟାସନାଲ ହେଲଥ ଅଥୋରିଟୀର ସିଇଓ ଡା. ଆରଏସ ଶର୍ମା ସୂଚନା ଦେଉଛନ୍ତି।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଭ୍ୟାକ୍ସିନକୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବାକୁ ଜରୁରୀକାଳୀନ ଅନୁମତି ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗଧାଡ଼ିର ଯୋଦ୍ଧା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ ବୁଷ୍ଟର ଡୋଜ୍ ଅର୍ଥାତ୍ ଭ୍ୟାକ୍ସିନର ତୃତୀୟ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଓମିକ୍ରୋନ୍ ମାମଲା ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ଯଦି ତୃତୀୟ ଲହର ଆସେ ତେବେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା ସୁରକ୍ଷିତ ରହିବେ।