ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ ଆଜି ୪୯୫ ନୂଆ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା ୪୨୦୫ରେ ପହଞ୍ଚିଛି। ଆଜିର ସଂକ୍ରମିତଙ୍କ ମଧ୍ୟରେ ରାୟଗଡା ସହରରୁ ସର୍ବାଧିକ ୧୯୧ ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡ଼ା ବିଚାର ବିଭାଗ କାରାଗାରରୁ ୧୫୭ ଏବଂ ଗୁଣପୁର ବିଚାରବିଭାଗ କାରାଗାରରୁ ୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାୟଗଡା ସବଜେଲ୍ ଓ ଗୁଣୁପୁର ସବ ଜେଲରେ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି।
