ଦିଲ୍ଲୀରେ ସଂକ୍ରମଣ ହାର ୩୦ ପ୍ରତିଶତ ଟପିଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଦିନକରେ ୨୪ହଜାର ୩୮୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ମାମଲା କମିଥିଲେ ହେଁ ସଂକ୍ରମଣ ଦର ବଢ଼ିଛି।

ଦିଲ୍ଲୀରେ ଗତକାଲି ସର୍ବାଧିକ ୨୮ହଜାର ୮୬୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୧ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଭାରତରେ ଗତ ୨୪ ଘଣ୍ଟାରେ ୨ଲକ୍ଷ ୬୪ହଜାର ୨୦୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧ଲକ୍ଷ ୯ହଜାର ୩୪୫ ଲୋକ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୭୫୩କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ମାମଲା ରହିଥିବା ଜଣାପଡ଼ିଛି।