କୋରାପୁଟ,ଏନ୍ଏନ୍ଏସ୍ : ଜୟପୁର ଟାଉନ ଥାନା ଜୟନଗର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଦୁର୍ଘର୍ଟଣାରେ ପ୍ରାଣ ହରାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଜୟନଗର ଅଞ୍ଚଳର ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଜୟପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଗତକାଲି ଆମ୍ବୁଲାନ୍ସରେ ତାଙ୍କୁ ଭୁବନେଶ୍ୱର ନିଆଯାଉଥିବାବେଳେ ବ୍ରହ୍ମପୁର ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।