ଦେଶରେ ହ୍ରାସ ପାଉଛି କରୋନା, ୨୪ ଘଣ୍ଟାରେ ୭୮୩୬୫ ସୁସ୍ଥ

ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ପାଖାପାଖି ୯୦ ହଜାର ଉପରେ ରହୁଥିବାବେଳେ ଏବେ ସେହି ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ପ୍ରାୟ ୭୦ ହଜାର ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୯ ଲକ୍ଷରେ ପହଞ୍ଚିଛି। ସେହିଭଳି ଗତ ୨୪ଘଣ୍ଟାରେ ୭୮୩୬୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୬୪ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୯,୦୬,୧୫୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୮୯୩୫୯୨ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୬୪୯୦କୁ ବୃଦ୍ଧି ପାଇଛି ।