ବ୍ୟୁରୋ,ଏନ୍ଏନ୍ଏସ୍: ୨୦୮ଟି ଦେଶରେ ବର୍ତ୍ତମାନ କରୋନା ତାଣ୍ଡବ ରଚୁଛି। ଏଯାଏ ସାରା ବିଶ୍ବରେ ୧୨.୭୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଲକ୍ଷ ୬୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୬୯ ହଜାର ଟପିଛି।
ଅପରପକ୍ଷରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ୩.୩୬ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ୧ହଜାର ୧୬୫ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୯ ହଜାର ୬୧୬ରେ ପହଞ୍ଚିଛି। ଇଟାଲୀରେ ୧.୨୮ଲକ୍ଷ ଆକ୍ରାନ୍ତ ହୋଇଥିବାବେଳେ ୧୫ ହଜାର ୮୮୭ ଜଣଙ୍କ ମୃତ୍ୟୁ ହୋଇଛି।
ସ୍ପେନ୍ରେ ୧ ଲକ୍ଷ ୩୧ ହଜାର ୬୪୬ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ହଜାର ୯୪୭ ଜଣଙ୍କ ମୃତ୍ୟୁ ହୋଇଛି। ଜର୍ମାନୀରେ ୧ ଲକ୍ଷ ଆକ୍ରାନ୍ତଙ୍କ ମଧ୍ୟରୁ ୧ ହଜାର ୫୮୪ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ୯୨ ହଜାର ୮୩୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୭ ହଜାର ୫୬୦ରେ ପହଞ୍ଚିଛି। କରୋନା ମୃତ୍ୟୁରେ ଚୀନ୍କୁ ଟପିଛି ଇରାନ ଓ ବ୍ରିଟେନ। ବ୍ରିଟେନ୍ରେ ୪୭ ହଜାର ୮୦୬ ଜଣ ଆକ୍ରାନ୍ତ ରହିଛନ୍ତି। ୪ ହଜାର ୯୩୪ ଜଣଙ୍କ ମୃତ୍ୟୁ ହୋଇଛି।
ଚୀନ୍ରେ ରହିଛନ୍ତି ୮୧ ହଜାର ୬୬୯ ଜଣ ଆକ୍ରାନ୍ତ ଥିବାବେଳେ ୩ ହଜାର ୩୨୯ ଜଣଙ୍କ ମୃତ୍ୟୁ ହୋଇଛି। ଇରାନ୍ରେ ୫୮ ହଜାର ୨୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୩ ହଜାର ୪୫୨ ଜଣଙ୍କ ମୃତ୍ୟୁ ହୋଇଛି।