ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କରୋନାକୁ ନେଇ ଲୋକେ ଭୟ କରନ୍ତୁ ନାହିଁ। ବରଂ ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ରାଜଧାନୀ ବମିଖାଲ ଅଞ୍ଚଳରୁ ରବିବାର ରାତି ଏକକାଳୀନ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଲୋକେ ଲକ୍ଡାଉନ୍ ନିୟମକୁ ପାଳନ କରନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ। ଏଥି ସହିତ ନବୀନ ଚେତାବନୀ ଦେଇ କହିଛନ୍ତି, ସାମାଜିକ ଦୂରତା ଉଲଂଘନ ପ୍ରତି ‘ଶୂନ୍ୟ ସହିଷ୍ଣୁତା’ ନୀତି ଗ୍ରହଣ କରାଯିବ।
