ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯ ହଜାର ଟପିଲା, ୧୬୯୪ ମୃତ୍ୟୁ

ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କରୋନା କାୟା ମେଲାଇଛି। ଏହି ପରିପ୍ରେକ୍ଷୀରେ ଭାରତରେ ମଧ୍ୟ କରୋନା ବଢ଼ି ଚାଲିଛି। ଦେଶରେ ଏବେ କୋରୋନା ମୃତ୍ୟୁ ସଂଖ୍ୟା ୧୬୯୪ରେ ପହଞ୍ଚିଛି। ଭାରତରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୩୯୧କୁ ବୃଦ୍ଧି ହୋଇଛି। ୩୩ ହଜାର ୫୧୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୧୪ ହଜାର ୧୮୨ ଜଣ ସୁସ୍ଥ ହେଲେଣି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୧୫,୫୨୫ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୧୭ ଜଣଙ୍କର ମୃତ୍ୟୁ ଘଟିଛି।