ବୁଷ୍ଟର ଡୋଜ ରୂପେ କୋର୍ବେଭ୍ୟାକ୍ସକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍ସିନ କୋର୍ବେଭ୍ୟାକ୍ସକୁ ୧୮ ବର୍ଷ କିମ୍ବା ଉର୍‌ଦ୍ଧ୍ୱ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯାଇପାରିବ । ଏନେଇ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛି । ଡିସିଜିଆଇ ଏପ୍ରିଲ ଶେଷ ବେଳକୁ ୫ରୁ ୧୨ ବର୍ଷର ପିଲାଙ୍କ ପାଇଁ କୋର୍ବେଭ୍ୟାକ୍ସକୁ ଜରୁରୀକାଳୀନ ଉପଯୋଗ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲା ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କୋର୍ବେଭ୍ୟାକ୍ସ ଭାରତର ପ୍ରଥମ ଟିକା ଯାହାକୁ ‘ହେଟ୍ରୋଲୋଗସ’ କୋଭିଡ ବୁଷ୍ଟର ରୂପେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋର୍ବେଭ୍ୟାକ୍ସ ୍ସବୁଷ୍ଟର ଡୋଜକୁ କୋଭାକ୍ସିନ କିମ୍ବା କୋଭିସିଲ୍ଡର ୨ଟି ଡୋଜ ନେବାର ୬ ମାସ ପରେ ଦିଆଯିବ ।