ଚଣ୍ଡୀଗଡ଼: ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରିବାର ଆଜି ଚଣ୍ଡୀଗଡ଼ରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ସମୟରେ ସିଦ୍ଧୁଙ୍କ ପିତା ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳଛି । ଏହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ମେ’ ୨୯ରେ ଅଜ୍ଞାତ ଆକ୍ରମଣକାରୀ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏନେଇ ପଞ୍ଜାବର ରାଜନୈତିକ ମାହୋଲ ସରଗରମ ରହିଛି । ଲଗାତାର ଭାବେ ସିଦ୍ଧୁଙ୍କୁ ହତ୍ୟା ଧମକ ମିଳୁଥିବାବେଳେ ତାଙ୍କ ସୁରକ୍ଷା କମାଇବାରୁ ହତ୍ୟା ଘଟିଥିଲା । ସେଥିପାଇଁ ପଞ୍ଜାବର ଭଗବନ୍ତ ମାନ ସରକାରଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ୁଛି ।