ପାଟନା: ବିହାରର ରାଜଧାନୀ ପାଟନାରେ ଆରଜେଡିର ଏକ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଉକ୍ତ ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିବା କଥା କୁହାଯାଇଛି । ଯେପରି ରାମ ରାବଣଙ୍କୁ ଆଉ କୃଷ୍ଣ କଂସଙ୍କୁ ମାରିଥିଲେ ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦୀଙ୍କୁ ମାରିବେ ବୋଲି ଲେଖାଯାଇଛି । ଏଥିରେ ନୀତିଶଙ୍କ ହାତରେ ତୀର ଓ ଧୋନୁ ରଖାଯାଇଛି। କେବଳ ଏତିକି ନୁହେଁ ପୋଷ୍ଟରଟି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ଘର ବାହାରେ ଲଗାଯାଇଛି ।
ସୂଚନାଯୋଗ୍ୟ, ଏହି ବିବାଦିତ ପୋଷ୍ଟର ଛପରାର ଅମନୌର ବିଧାନସଭାର ମହିଳା ଆରଜେଡି ମହାସଚିବ ପୁନମ ରାୟ ଲଗାଇଛନ୍ତି ।