କନ୍ଧମାଳରେ କଣ୍ଟେନମେଣ୍ଟ ଘୋଷଣା

ଫୁଲବାଣୀ,ଚକାପାଦ,ଏନ୍ଏନ୍ଏସ୍: ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣ ପୁଣିଥରେ ବଢିବାକୁ ଲାଗିଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି। କୋଭିଡ-୧୯ର ଦ୍ୱିତୀୟ ଲହର ଆଶଂକାରେ ଆଗୁଆ ସଜାଗ ହୋଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଗୁରୁବାର ଜିଲ୍ଲାର ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତର ତୋଟାଗୁଡା ମୌଜାର ବ୍ରାହ୍ମଣସାହିର ଏକ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। ସମ୍ପୃକ୍ତ ଅଞ୍ଚଳରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାକୁ ସମସ୍ତ ଯାନ ବାହାନ ଓ ଲୋକଙ୍କ ଯିବା ଆସିବା ଉପରେ ସମ୍ପୂର୍ଣ୍ଣଭାବେ ନିଷେଧାଦେଶ ଜାରୀ କରାଯାଇଛି। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହି ଅଞ୍ଚଳରେ ଘରକୁ ଘର ବୁଲି ନମୂନା ସଂଗ୍ରହ କରିବା ଏବଂ କୌଣସି ସନ୍ଦିଗ୍ଧ ରୋଗୀଙ୍କୁ ପାଇଲେ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହେବାପରେ ଏହି ପଦ ଖାଲି ରହିଛି।