କାଷ୍ଟିକ୍ ସୋଡ଼ା ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ, ପ୍ରଭାବିତ ହେବେ ଉପଭୋକ୍ତା

ନୂଆଦିଲ୍ଲୀ,ଏନ୍‌ଏନ୍‌ଏସ୍‌: ନିକଟରେ ଜାପାନ, କତାର, ଓମାନ ଏବଂ ଇରାନ୍‌ରୁ ଭାରତକୁ ରପ୍ତାନୀ ହେଉଥିବା କାଷ୍ଟିକ୍ ସୋଡ଼ା ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ ଲାଗୁ କରାଯାଇଛି। ପ୍ରସ୍ତାବିତ ଆଣ୍ଟି ଡମ୍ପିଂ ଶୁଳ୍କ ଲାଗୁ ହେବା ଦ୍ୱାରା ଉପଭୋକ୍ତା ସେକ୍ଟର ପ୍ରଭାବିତ ହେବାର ଆଶଙ୍କା ରହିଛି। କାଷ୍ଟିକ୍ ସୋଡ଼ା ଉପରେ ଅତିରିକ୍ତ କଟକଣା ଦ୍ୱାରା ଟେକ୍ସଟାଇଲ୍‌, ସାବୁନ ଏବଂ ଡିଟେରଜେଣ୍ଟ୍‌, ଫାର୍ମାସିଟ୍ୟୁକାଲ, ଡ୍ରଗ୍ ମାନ୍ୟୁଫାକଚର, ଆଲୁମିନା ଉତ୍ପାଦ ସହିତ ଆର୍ଥିକ କ୍ଷେତ୍ର ସହିତ ସମଗ୍ର ଏସ୍‌ଏମ୍‌ଇ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ଏମ୍‌ଏସ୍‌ଏମ୍‌ଇ ଏବଂ ଉପଭୋକ୍ତାଙ୍କ ଉପରେ ଅଧିକ ଅର୍ଥିକ ଚାପ ଅନୁଭୂତ ହେବାର ଆଶଙ୍କା ରହିଛି। ୮,୦୦୦ ଏମ୍‌ଟି ରୁ ୧୦,୦୦୦ ଏମ୍‌ଟି କଷ୍ଟିକ୍ ସୋଡ଼ା ଆମଦାନୀ ହୋଇଥାଏ। ଏହା ଉପରେ ୭.୫% ବେସିକ୍ କଷ୍ଟମ୍ ଡ୍ୟୁଟି ରହିଥିବାବେଳେ ଆଲୁମିନା ଉପରେ ୫% ଆମଦାନୀ ଡ୍ୟୁଟି ଲାଗୁ ହୋଇଛି। ଭାରତରେ କାଷ୍ଟିକ୍ ସୋଡ଼ା ଆମଦାନୀ ଉପରେ ବିଆଇଏସ୍ ଲାଇସେନ୍ସ ବାଧ୍ୟତାମୂଳକ ହୋଇଥିବା ବେଳେ ପ୍ରାୟ ୯୫% ବିଦେଶୀ କାଷ୍ଟିକ୍ ସୋଡ଼ା ଉତ୍ପାଦକ ଆବଶ୍ୟକ ବିଆଇଏସ୍ ଲାଇସେନ୍ସ୍ ନାହିଁ। ପୂର୍ବରୁ ଇନପୁଟ୍ କଷ୍ଟ୍ ବୃଦ୍ଧି ଦ୍ୱାରା ଘରୋଇ ଉପଭୋକ୍ତା ଶିଳ୍ପ ବେଶ୍ ପ୍ରଭାବିତ ହୋଇଛି।

ଅଧିକ ଟିକସ ବୃଦ୍ଧି ଦ୍ୱାରା ସପ୍ଲାଏ ଚେନ୍ ଉପରେ ନାକରାତ୍ମକ ପ୍ରଭାବ ଅନୁଭୁତ ହେବ। ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ଅନୁସାରେ କାଷ୍ଟିକ୍ ସୋଡ଼ା ଆମଦାନୀରେ କରୋନା ମହାମାରୀ ପୂର୍ବ ସମୟରେ ହ୍ରାସ ଘଟିଛି। ୨୦୨୨ ଆର୍ଥିକ ବର୍ଷରେ ଏହା ୪୫% କମିଛି। ସେହିପରି ପ୍ରସ୍ତାବିତ ଦେଶରୁ ଆମଦାନୀ ୨୩% କମିଛି।