ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର: ଉଦ୍ଧବ ଠାକରେ

ମୁମ୍ବାଇ,ଏଜେନ୍ସି: ରବିବାର ଗଣମାଧ୍ୟମ ସାମ୍ନାରେ ରାଜ୍ୟର ରାଜନୈତିକ ସ୍ଥିତି ଏବଂ କୋଭିଡ୍-୧୯ ସମୟରେ ଆଲୋଚନା କରିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ମନ୍ତବ୍ୟ ଦେଇଛନ୍ତି। କରୋନା ପରିସ୍ଥିତିର ମୁକାବିଲା ସହ କୌଣସି ରାଜନୈତିକ ଝଡ଼କୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ବୋଲି ମଧ୍ୟ ଠାକରେ କହିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାର୍ ହେବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଠାକ୍ରେ ଏହି ମନ୍ତବ୍ୟ ଦେଇଛନ୍ତି। କଙ୍ଗନାଙ୍କ ଘର ଭାଙ୍ଗିବା ଏବଂ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସମ୍ପର୍କରେ ସେ ରାଜ୍ୟବାସୀଙ୍କୁ ଭରଷା ଦେଇ ସମସ୍ତ ପରିସ୍ଥିତିରେ ଲଢିବେ ବୋଲି କହିଛନ୍ତି। ମୋ ପାଖରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରହିଛି। ହେଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ହେଲେ ମୋତେ ନିଜ ମୁଖ୍ୟମନ୍ତ୍ରୀର ମୁଖା ତ୍ୟାଗ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।