କଂଗ୍ରେସ ବିଧାୟକଙ୍କ ଘୋଷଣା: ପ୍ରତି ମାସରେ ୬୦୦ ଲୋକଙ୍କୁ କରାଇବେ ଆଯୋଧ୍ୟା ଯାତ୍ରା

ଇନ୍ଦୋର,ଏଜେନ୍ସି: କଂଗ୍ରେସର ଜଣେ ବିଧାୟକ ନିଜର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାମଲିଳାଙ୍କ ଦର୍ଶନ କରାଇବାକୁ ଘୋଷଣା କରିଛନ୍ତି।ମଧ୍ୟପ୍ରଦେଶର ଇନ୍ଦୋର-୧ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସଂଜୟ ଶୁକ୍ଲା କହିଛନ୍ତି ଯେ, ବିଧାନସଭା କ୍ଷେତ୍ରର ପ୍ରତ୍ୟେକ ୱାର୍ଡରୁ ମହିଳା ଓ ପୁରୁଷ ଦଳ ଅଯୋଧ୍ୟା ଯାତ୍ରା ପାଇଁ ପଠାଯିବ। ପ୍ରତ୍ୟେକ ମାସରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଯୋଧ୍ୟା ଦର୍ଶନ ଅଭିଯାନ ଜାରି ରହିବ।

କଂଗ୍ରେସ ବିଧାୟକ ସଞ୍ଜୟ ଶୁକ୍ଲା କହିଛନ୍ତି ଯେ, ପ୍ରତେକ ୱାର୍ଡର ନାଗରିକଙ୍କୁ ମାସିକ ଆଧାରରେ ଅଯୋଧ୍ୟା ନେଇକି ଯିବି। ଏଠାରୁ ୬୦୦ ଜଣ ତୀର୍ଥଯାତ୍ରୀ ଡିସେମ୍ବର ୧୮ରେ ଟ୍ରେନ୍‌ରେ ଭଗବାନ ରାମଙ୍କ ଜନ୍ମଭୂମି ଅଯୋଧ୍ୟା ପାଇଁ ଯିବା ଆଶା କରୁଛି। ଶ୍ରୀ ଶୁକ୍ଲା କହିଛନ୍ତି, ସମସ୍ତେ ପିଲା ଦିନ ଠାରୁ ରାମାୟଣ ପଢ଼ିଛନ୍ତି ଓ ଶୁଣିଛନ୍ତି। ଭଗବାନ ରାମଙ୍କ ଜୀବନର ପୂରା କାହାଣୀ ସହିତ ଆମେ ସମସ୍ତେ ପରିଚିତ। ଏହାର ନାଟ୍ୟ ରୂପାନ୍ତରଣ ଟିଭିରେ ରାମାୟଣ ସିରିଏଲ ମାଧ୍ୟମରେ ପ୍ରସାରଣ ହୋଇଥିଲା। ଏମିତିରେ ଦେଶର ପ୍ରତ୍ୟେକ ନାଗରିକ ଭଗବାନ ରାମଙ୍କ ଜନ୍ମଭୂମି ବୁଲିଯିବାକୁ ଚାହିଁଥାନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଙ୍କ ଜନ୍ମସ୍ଥଳୀ ପହଞ୍ଚି ଆଶୀର୍ବାଦ ନେବାକୁ ଚାହିଁଥାନ୍ତି।