କେନ୍ଦ୍ର ସରକାରଙ୍କ ସର୍ବଦଳୀୟ ବୈଠକକୁ ବହିଷ୍କାର କଲା କଂଗ୍ରେସ ଓ ଅକାଳୀ ଦଳ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ କଂଗ୍ରେସ ଓ ଶିରୋମଣୀ ଅକାଳୀ ଦଳ ସାମିଲ ହୋଇନାହାନ୍ତି। ଉଭୟ ଦଳ ସରକାରଙ୍କ ବୈଠକକୁ ବହିଷ୍କାର କରିବାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ବୈଠକରେ ସାମିଲ ହେବା ପୂର୍ବରୁ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ କୃଷି ଆଇନକୁ ନେଇ ପ୍ରଥମେ ବୈଠକ ଡକାଇବାର ସର୍ତ୍ତ କେନ୍ଦ୍ର ସରକାର ସମ୍ମୁଖରେ ରଖିଥିଲେ।