ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବୋଧ : ସମିତି ସଭ୍ୟ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ପଞ୍ଚାୟତରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପ୍ରାଥିୀ ଭାବେ ଉମାକାନ୍ତ ରଣା ମଇଦାନକୁ ଓହ୍ଲାଇ ଥିଲେ । ଲୋକଙ୍କ ଭଲ ପାଇବା ଓ ସମର୍ଥନ ଯୋଗୁ ପୁଣିଥରେ ଚଳିତ ଥର ୧,୫୪୨ ଭୋଟରେ ବିଜୟୀ ହୋଇଛନ୍ତି । ସଫଳତା ପାଇଁ ଶିଷକେଲା ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଜଣାଇବା ସହିତ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବୋଧ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଉମାକାକ୍ତ ରଣା ଗତ ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ସ୍ଥାନୀୟ ସରପଞ୍ଚ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।