ଜାଣନ୍ତୁ ଷ୍ଟାଡିୟମରେ ପ୍ରବେଶ ପାଇଁ କେଉଁ ଗେଟରେ ଯିବେ…

ମ୍ୟାଚ୍ ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗିଙ୍କ ଆଡଭାଇଜରି ଜାରି

କଟକ,ଏନ୍ଏନ୍ଏସ୍: ଆସନ୍ତାକାଲି ବାରବାଟୀଠାରେ ଅନୁଷ୍ଠିତ ହେବାକୁଥିବା ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ୍ ପାଇଁ କମିସନରେଟ ପୁଲିସ ସୁଧାଂଶୁ ଷଡ଼ଙ୍ଗି ଏକ ଆଡଭାଇଜରି ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ୟାଲେରୀ ନମ୍ବର ସହ ଗେଟ୍ ନମ୍ବର ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।
-ନୂଆ ଓ ପୁରୁଣା ପାଭିଲିଅନ, ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନଂ-୧ରେ ଯିବାକୁ ପଡ଼ିବ
-ସେହିଭଳି ଗ୍ୟାଲେରୀ ୫ ପାଇଁ ଗେଟ୍ ନଂ-୨
-ସ୍ପେଶାଲ ଏନକ୍ଲୋଜର ବ୍ଲକ୍ ‘ଏ’ ପାଇଁ ଗେଟ ନଂ-୩
-ଗ୍ୟାଲେରୀ ୬ ପାଇଁ ଗେଟ ନଂ-୪
-ସ୍ପେଶାଲ ଏନକ୍ଲୋଜର ବ୍ଲକ୍ ‘ବି’ ପାଇଁ ଗେଟ୍ ନଂ-୫
-କର୍ପୋରେଟ ବକ୍ସ ବ୍ଲକ୍ ‘ଏ’ ଓ ୬ଏ ଅଲମ୍ପିକ ବକ୍ସ ‘ଏ’ ପାଇଁ ଗେଟ ନଂ-୬
-ଟିଭି କ୍ରିୟୁଙ୍କ ପାଇଁ ଗେଟ୍ ନଂ-୭
-କର୍ପୋରେଟ ବକ୍ସ ବ୍ଲକ୍ ‘ବି’ ଓ ବିଏ ଅଲମ୍ପିକ ବକ୍ସ ‘ବି’ ପାଇଁ ଗେଟ୍ ନଂ-୮
-ଗ୍ୟାଲେରୀ ୧ ପାଇଁ ଗେଟ୍ ନଂ-୯
-ଗ୍ୟାଲେରୀ ୨ ପାଇଁ ଗେଟ୍ ନଂ-୧୦
-ଗ୍ୟାଲେରୀ ୧୧ଏ- ୨ଏସି ବକ୍ସ, ୧୧ବି କ୍ଲବ୍ ହାଉସ ଗ୍ରାଉଣ୍ଡ, ୧୧ସି କ୍ଲବ୍ ହାଉସ ୧ମ ଫ୍ଲୋର ଏବଂ କ୍ଲବ୍ ହାଉସ ଟପ୍ ଫ୍ଲୋର ପାଇଁ ଗେଟ୍ ନଂ-୧୧
-ଗ୍ୟାଲେରୀ ୩ ପାଇଁ ଗେଟ୍ ନଂ-୧୨
-ଗ୍ୟାଲେରୀ ୪ ପାଇଁ ଗେଟ୍ ନଂ-୧୩
-୧୪ଏ ଗ୍ୟାଲେରୀ-୪ ଏସି ବକ୍ସ, ୧୪ବି ପ୍ରେସ ବକ୍ସ ଏସି, ୧୪ସି ପ୍ରେସ ବକ୍ସ ଉପର, ୧୪ଡି ଓସିଏ ଅଫିସ, ୧୪ଇ ବିସିସିଆଇ ବକ୍ସ ଓ ଫୋଟୋଗ୍ରାଫର, ମିଡିଆ ବକ୍ସ, ୧୪ଜି ପ୍ଲେୟର ଓ ମ୍ୟାଚର କାର୍ଯ୍ୟକ୍ରମ ଅଫିସକୁ ଗେଟ୍ ନଂ-୧୪ ଦେଇ ଯିବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି।
ଏ ନେଇ ବାରବାଟୀ ଷ୍ଟାଡିୟରେ ପୁଲିସ ହେଲ୍ପଡେକ୍ସ ରହିବ ଯେଉଁଠି ଏହାର ସମ୍ପୂର୍ଣ୍ଣ ତଥ୍ୟ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।