ଗିରଫ ହେଲ କମେଡ଼ି କୁଇନ ଭାରତୀ

ମୁମ୍ବାଇ,ଏଜେନ୍ସି: ଡ୍ରଗ୍ସ ମାମଲାରେ କମେଡି କୁଇନ ଭାରତୀ ସିଂ ଗିରଫ ହୋଇଛନ୍ତି। ଆଜି ଏନସିବି ପକ୍ଷରୁ କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢ଼ଉ ହୋଇଥିଲା। ଏହି ସମୟରେ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଏଜେନ୍ସି ଦ୍ୱାରା ଅନେ୍ଧରୀ, ଲୋଖଣ୍ଡୱାଲା ଓ ବସୋର୍ବା ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଏଥିସହିତ ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ପଚରାଉଚୁରା କରାଯାଉଥିଲା। ଏନସିବି ହାତରେ ଧରା ପଡ଼ିଥିବା ଜଣେ ଡ୍ରଗ୍ ପେଡଲରଙ୍କ ସୂଚନା ପରେ ଏନସିବି ଭାରତୀଙ୍କ ଘର ଉପରେ ଚଢ଼ଉ କରିଥିଲା।