କଲେଜ ଛାତ୍ରୀଙ୍କ ଗଳାକାଟି ହତ୍ୟା ଘଟଣାରେ ଭାଉଜ ଗିରଫ

ବାଲୁଗାଁ,ଏନ୍ଏନ୍ଏସ୍: ଏକ ତରଫା ପ୍ରେମ ଯୋଗୁଁ ପ୍ରେମିକାର ଘରେ ପଶି ଗଳା କାଟିଲେ ପ୍ରେମିକ ଅଭିଯୋଗ ଘଟଣାଟି ଆଜି ନୂଆ ମୋଡ଼ ନେଇଛି। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଭାବେ ଝିଅର ଭାଉଜଙ୍କୁ ଗିରଫ କରିଛି। ଏ ନେଇ ଖୋର୍ଦ୍ଦା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁସାରେ ଶୁକ୍ରବାର ରାତ୍ରିରେ ଭାଉଜ କାବେରି ବେହେରା ସହ ଶିବାନୀ ବେହେରାଙ୍କ ବଚସା ହୋଇଥିଲା। ଏହା ପରେ ଶନିବାର ରାତ୍ରିରେ ଭାଉଜ ଶିବାନୀଙ୍କ ରୁମକୁ ଯାଇ ତାଙ୍କ ଗଳାକାଟି ହତ୍ୟା କରିଥିଲେ।

ସୂଚନା ଅନୁସାରେ ଗଙ୍ଗନଗର ଠାରେ ଶନିବାର ରାତ୍ରିରେ କେହି ଘରେ ନଥିବା ବେଳେ ଜଣେ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ଗଳାକାଟି ହତ୍ୟା କରିଥିବା ଥାନାରେ ମାମଲା ରୁଜୁ ହୋଇଥିଲା। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିବା ପରେ ରବିବାର ଘଟଣାର ପର୍ଦ୍ଦାଫାଶ ହୋଇଛି।