ଜିଲ୍ଲାପାଳଙ୍କ କୋଟିଆ ଗସ୍ତ

କୋରାପୁଟ,ଏନ୍ଏନ୍ଏସ୍: ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ଅଧିକାରୀମାନେ ଅନୁପ୍ରବେଶ କରିବାର ଦିନକ ପରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦୁଲା ଏମ ଅଖତର କୋଟିଆ ଗସ୍ତ କରି ଆନ୍ଧ୍ରକୁ କଡା ଜବାବ ଦେଇଛନ୍ତି। ଜିଲ୍ଲାପାଳ କୋଟିଆ ଗ୍ରାମପୁଞ୍ଜର ମାଡକାର ବ୍ରିଜର ସ୍ଥିତି ସଂପର୍କରେ ଆରଡି ବିଭାଗର ଯନ୍ତ୍ରୀମାନଙ୍କ ସହ ସମୀକ୍ଷା କରିବା ସହ ହରମାଣ୍ଡିଙ୍ଗ ଲ୍ୟାଣ୍ଡସ୍ଲାଇଡ ସ୍ଥିତିର ମଧ୍ୟ ସମୀକ୍ଷା କରିଥିଲେ।

ଫଗୁଣସେନେରୀ ଓ ଫାଟୁସେନେରୀ ଗ୍ରାମକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ। କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ, ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କେସପଟା, ପଞ୍ଚ।।ୟତ ନିର୍ବାହୀ ଅଧିକାରୀ ନବ କିଶୋର ହନ୍ତାଲ ଓ ଆରଡି ବିଭାଗର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ଗତକାଲି ପଟ୍ଟାଙ୍ଗୀ ବିଡିଓ ଶ୍ରୀ ମିଶ୍ର ତଳଗଞ୍ଜେଇପଦର ଗସ୍ତକରି ଫେରିବା ପରେ ଆନ୍ଧ୍ରର ଅଧିକାରୀମାନେ ଅନୁପ୍ରବେଶ କରି ସଭା କରିବା ସହିତ ଚାଉଳକାର୍ଡ ପ୍ରଦାନ କରିଥିଲେ।।ଆନ୍ଧ୍ରର ଅଧିକାରୀମାନଙ୍କ ବାରମ୍ବାର ଅନୁପ୍ରବେଶକୁ ଜିଲ୍ଲା ପ୍ରଶାସନ ତରଫରୁ ବିରୋଧ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି।