ଗୋରଖପୁରରୁ ନିର୍ବାଚନ ଲଢ଼ିବେ ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କେଉଁଠୁ ଲଢ଼ିବେ ତାହା ମଧ୍ୟ ସ୍ପଷ୍ଟ ହୋଇଛି । ଏହିକ୍ରମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କୋଶାମ୍ବୀର ସିିରାଥୁ ସିଟରୁ ନିର୍ବାଚନ ଲଢ଼ିବେ । ଏନେଇ ୟୁପି ଦାୟିତ୍ୱରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥଙ୍କ ସିଟ ଘୋଷଣା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ବାବାଙ୍କୁ ପ୍ରଥମରୁ ହିଁ ଘରକୁ ପଠାଇ ଦେଇଛି ବୋଲି ଅଖିଳେଶ ଯାଦବ କହିଛନ୍ତି ।