ମୁଖ୍ୟମନ୍ତ୍ରୀଙ୍କ ମୟୂୂରଭଞ୍ଜ ଗସ୍ଥ: ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ଉଦଘାଟନ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳ ଠାରେ ଆଦାନୀ ଶିଳ୍ପ ସଂସ୍ଥାର ସହଯୋଗରେ ପ୍ରତିଷ୍ଠିତ କିସ୍ ଅବାସିକ ବିଦ୍ୟାଳୟର ଉଦଘାଟନ କରିଥିଲେ। ଏଥି ସହିତ ମୟୂରଭଞ୍ଜ ଜିଲ୍ଲା ପାଇଁ ୨୦୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି।

ଏହି ପ୍ରକଳ୍ପ ମାନଙ୍କ ମଧ୍ୟରେ ପାନୀୟ ଜଳ ପ୍ରକଳ୍ପ, ସଡ଼କ ଓ ସେତୁ ନିର୍ମାଣ ଓ ଆହୁରି ଅନେକ ପ୍ରକଳ୍ପ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରିପଦାର ଶ୍ରୀ ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥି ସହିତ ଖିଞ୍ଚି, ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟ୍ ସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।