ଆନନ୍ଦପୁର ବ୍ୟାରେଜ ଉଦ୍‌ଘାଟନ ଓ ବିଏନ ହାଇସ୍କୁଲ୍‌ର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆନନ୍ଦପୁର/କେନ୍ଦୁଝର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେ ଭୁବନେଶ୍ୱରରୁ ହେଲିକପ୍ଟରର ଆସି ଅନନ୍ଦପୁରରେ ପହଞ୍ଚିବା ପରେ ଆନନ୍ଦପୁର ବ୍ୟାରେଜର ଉଦ୍‌ଘାଟନ କରିଥିଲେ। ପରେ ବିଏନ ହାଇସ୍କୁଲ୍‌ର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଅନ୍ୟପଟେ ବିଏନ ହାଇସ୍କୁଲ୍‌ର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନଚରଣ ମାଝୀ ଉପସ୍ଥିତ ଥିଲେ।

ପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସହ ଓଡ଼ିଶାରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଉପକରଣ ଏବଂ ସହାୟତା ପ୍ରଦାନ କରିବେ। ଏହା ବ୍ୟତୀତ ସେଠାରେ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ ସମୟରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁଘସିପୁରା ବିଧାୟକ ବଦ୍ରୀ ନାରାୟଣ  ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।