ମମତା ସରକାର ସ୍କୁଲ ପାଇଁ ସୁନିଶ୍ଚିତ କଲେ ଡ୍ରେସ୍ କୋର୍ଡ, ଏଣିକି ଏହି ରଂଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ସ୍କୁଲରେ ଏକ ନୂଆ ଡ୍ରେସ କୋର୍ଡ ଲାଗୁ କରିବାକୁ ଯାଉଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସମସ୍ତ ସରକାର, ଅର୍ଦ୍ଧ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ନୀଳ ଓ ଧଳା ରଂଗର ପୋଷାକ ପିନ୍ଧିବେ। ନୂଆ ଡ୍ରେସ କୋର୍ଡରେ ପଶ୍ଚିମବଙ୍ଗ ସରକାରଙ୍କ ‘ବିସ୍ୱା ବାଙ୍ଗଲା’ ଲୋଗୋ ମଧ୍ୟ ରହିବ। ଏହାର ଡିଜାଇନ ନିଜେ ମୁଖ୍ୟମନ୍ତ୍ରୀ କରିଛନ୍ତି।

ଏକ ସରକାର ଆଦେଶ ଅନୁସାରେ ରାଜ୍ୟର ଏମଏସଏମଇ ବିଭାଗ ପକ୍ଷରୁ ନୂଆ ୟୁନିଫର୍ମ ଯୋଗାଇ ଦିଆଯିବ। ସୂଚନାଯୋଗ୍ୟ, ପ୍ରି-ପ୍ରାଇମେରିରୁ ୮ମ ଶ୍ରେଣୀ ଯାଏଁ ଛାତ୍ରମାନେ ଧଳା ସାର୍ଟ ଓ ନେଭି ବ୍ଲୁ ପେଣ୍ଟ ପିନ୍ଧିବେ। ସେହିପରି ଛାତ୍ରୀମାନଙ୍କୁ ନେଭି ବ୍ଲ ଫ୍ରକ ଓ ସଲୱାର କମୀଜ ସହିତ ଧଳା ସାର୍ଟ ଡ୍ରେସ କୋର୍ଡ ସୁନିଶ୍ଚିତ କରାଯାଇଛି। ଡ୍ରେସ କୋର୍ଡରେ ସରକାରଙ୍କ ଦ୍ୱାରା ସ୍ୱୀକୃତୀପ୍ରାପ୍ତ ଲୋଗୋ ରହିବ। ଏପରିକି ସରକାରଙ୍କ ଦ୍ୱାରା ଦିଆଯିବାକୁ ଥିବା ବ୍ୟାଗରେ ମଧ୍ୟ ବିସ୍ୱା ବାଙ୍ଗଲା ଲୋଗୋ ରହିବ।