Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପରିବେଶ ପ୍ରତି ସଚେତନ ଓ ପଦକ୍ଷେପ ନେବା ହିଁ ମହାନ ଭେଟି: ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପରିବେଶ ପ୍ରତି ସଚେତନ ଓ ପଦକ୍ଷେପ ନେବା ହିଁ ମହାନ ଭେଟି: ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର

ପୁରାତନ ଭାରତୀୟ ସଂସ୍କୃତି, ପ୍ରକୃତିର ପବିତ୍ରତାକୁ ବିଶ୍ୱାସ କରେ। ପର୍ବତ, ନଦୀ, ସୂର୍ୟ୍ୟ, ଚନ୍ଦ୍ର ଏବଂ ବୃକ୍ଷକୁ ପବିତ୍ର ବୋଲି ବିଶ୍ୱାସ କରି ସମ୍ମାନିତ କରାଯାଏ। ଦୁର୍ଭାଗ୍ୟ ବଶତଃ, ଆମେ ଆମର ନଦୀଗୁଡିକୁ ପବିତ୍ର କର୍ମ କର୍ମାଣି ଆଳରେ ଦୂଷିତ କରିଥାଉ। ଉନ୍ନତି ଲାଗି ଶିଳ୍ପ ବିଜ୍ଞାନର ପାର୍ଶ୍ୱ ଉତ୍ପାଦନ ହିଁ ପରିବେଶର ଅଧୋଗତିର ଏକ ଅନିବାର୍ୟ୍ୟ କାରଣ, ଏହି ଭ୍ରମ ଧାରଣା ଯୋଗୁଁ ମଧ୍ୟ୍ୟ ଆମେ ଭୋଗିଥାଉ। କିନ୍ତୁ ଏହି ଧାରଣା ପରସ୍ପର ଅସାଧାରଣ ହୋଇ ନ ପାରନ୍ତି।

ଶିଳ୍ପ ବିଜ୍ଞାନର ଉଦେଶ୍ୟ ପ୍ରକୃତିକୁ ନିୟନ୍ତ୍ରଣ କରି ସମ୍ବାଦ ଏବଂ ସୁଖ ସୁବିଧା ମନୁଷ୍ୟଙ୍କୁ ଦେବା । ଯେତେବେଳେ ଆଧ୍ୟାତ୍ମିକ ଏବଂ ମାନବିକ ମୂଲ୍ୟ ଅବହେଳିତ ହୁଏ , ଶିଳ୍ପ ବିଜ୍ଞାନ ସୁଖ ସୁବିଧା ବଦଳରେ ଦୂଷିତ କରିଥାଏ ଏବଂ ବିନାଶ ଆଣିଥାଏ । ଆଧ୍ୟାତ୍ମିକତାର ଭୂମିକା ହେଲା ପରିବେଶରେ ସମାନତା ବଜାୟ ରଖି ବିଜ୍ଞାନ ଏବଂ ଶିଳ୍ପ ବିଜ୍ଞାନର ବୃଦ୍ଧିରେ ସହାୟତା କରିଥାଏ। ଏହା ଆମ ସମୟର ଆହ୍ୱାନ।

ପ୍ରକୃତିରୁ ପରିବେଶ ସଂରକ୍ଷଣର ଶିକ୍ଷା ଆମେ ନେଇ ପାରିବା। ପ୍ରକୃତି ତ୍ୟଜ୍ୟ ବସ୍ତୁକୁ ହଜମ କରିଥଏ ଏବଂ ସବୁବେଳେ ସୁନ୍ଦର ପଦାର୍ଥ ତିଆରି କରିଥାଏ। ପ୍ରକୃତିରୁ ଜଣେ ଅତିଶୟ ଲକ୍ଷଣର ଭାରସାମ୍ୟ ରକ୍ଷା କରିବା ପାଇପାରିବେ। ବିଜ୍ଞାନ ଏବଂ ଶିଳ୍ପ ବିଜ୍ଞାନ କ୍ଷତିକାରକ ନୁହେଁ। ଏହା ନଷ୍ଟ ବସ୍ତୁର ବିଷାକ୍ତ ପଦାର୍ଥ। ଏହି ନଷ୍ଟ ବସ୍ତୁର ହ୍ରାସ ଏବଂ ପୁନଃ ବ୍ୟବହାର ଯୋଗ୍ୟ କରିବା ଆବଶ୍ୟକ।

ସବୁଠାରୁ ମହାନ ଦୂଷିତ କାରି ହେଲେ ମନୁଷ୍ୟର ଲୋଭ। ଏହା ପର୍ୟାବରଣ ସଂରକ୍ଷଣ ପଥରେ ଆସିଥାଏ, କାରଣ ଏହା ଶୀଘ୍ର ଲାଭ ଏବଂ ଶୀଘ୍ର ପରିଣାମକୁ ପ୍ରାଧାନ୍ୟ ଦେଇ ପରିବେଶ ବନ୍ଧୁତ୍ୱକୁ ଅଣଦେଖା କରିଥାଏ। ଲୋଭ ସୁକ୍ଷ୍ମ ପରିବେଶ ଏବଂ ମନୁଷ୍ୟର ମନକୁ ନକାରାତ୍ମକ ଧାରଣା ଏବଂ ଆବେଗ ଦ୍ୱାରା ଦୂଷିତ କରିଦିଏ। ଜଣେ କ୍ରୋଧୀ ବ୍ୟକ୍ତି ତାଙ୍କ ଚାରି ପାର୍ଶ୍ୱର ଥିବା ଲୋକଙ୍କୁ କ୍ରୋଧ ନିସୃତ କରନ୍ତି। ଏହା ଏକ ଶୃଙ୍ଖଳିତ ପ୍ରତିକ୍ରିୟା। ସବୁ ଯୁଦ୍ଧର ଜଡ଼ ହେଲା ମିଶ୍ରିତ ନକାରାତ୍ମକ ଧାରଣା। ପ୍ରାୟ ଆମେ ସଜାଗ ହୋଇ ନ ଥାଉଁ, ଯାହା ପରିବେଶ ବିରୋଧି ତାହା ସ୍ୱାସ୍ଥ୍ୟ ବିରୋଧି।

ପ୍ରକୃତିକୁ ସମ୍ମାନ ଦେବାର ପାରମ୍ପରିକ ପଦ୍ଧତିକୁ ପୁନର୍ଜ୍ଜିବୀତ କଲେ କିଛି ମାତ୍ରାରେ ଆମେ ଆମର ପାରିପାର୍ଶ୍ବିକ ପରିବେଶ ର ପବିତ୍ରତାର ପୁନରୁଦ୍ଧାର କରିପାରିବା। ଭଗବାନଙ୍କୁ ଆମେ ପ୍ରକୃତି ମଧ୍ୟରେ ଦେଖିପାରିବା- ଏହା ଆମକୁ ପ୍ରକୃତି ସହ ସଂବେଦନଶୀଳ ହୋଇ ବ୍ୟବହାର କରିବାକୁ ସାହାଯ୍ୟ କରିବ। ଉଭୟ ପୁରାତନ ଏବଂ ନୂତନ ପ୍ରଣାଳୀକୁ ସ୍ୱୀକାର କରିବାକୁ ହେବ। ବୈଦିକ ଚାଷର ଗୋବର, ଗୋମୂତ୍ର ଏବଂ ନିମ୍ବ ପତ୍ର ବ୍ୟବହାର ହେଉଥିଲା, ଏବେ ପ୍ରମାଣିତ ହୋଇଛି ତାହା ଶସ୍ୟ ଉତ୍ପାଦନ ଲାଗି ଅତି ଉତ୍ତମ। ବର୍ତ୍ତମାନ ଭାରତରେ ଗବେଷଣାରୁ ଦେଖାଯାଇଛି ପ୍ରାକୃତିକ କୃଷି ସାର କିମ୍ବା କୀଟନାଶକ ବିନା ତିନି ଗୁଣ ଶସ୍ୟ ଉତ୍ପାଦନ ବଢ଼ିଯାଇଛି।

କେବଳ ଏହା ନୁହେଁ ଯେ ଯାହା ନୂଆ ତାହା ଭଲ ନୁହେଁ, ଯାହା ପୁରୁଣା ତାକୁ ତ୍ୟାଗ କରିବା ଉଚିତ, ବରଂ ଦ୍ବି ପଦ୍ଧତିକୁ ମିଶ୍ରିତ କରି ଆମର ଜୀବନ ପରିବେଶ ସହ ସନ୍ତୁଳିତ କଲେ ପୃଥିବୀକୁ ଅଧପତନରୁ ରକ୍ଷା କରିପାରିବା। ଏହା କେବଳ ସମ୍ଭବ ହେବ ମନୁଷ୍ୟକୁ ଲୋଭ ସ୍ୱାର୍ଥପର ଆଶା ଏବଂ ପରାକ୍ରମରୁ ଉର୍ଦ୍ଧକୁ ଉଠିବାକୁ ହେବ।

ଆମେ ନିଜକୁ ନିଜେ ପଚାରିବା ଉଚିତ, କେତେଥର ଆମେ ପୃଥିବୀ କୁ ଅବହେଳା କରିଛୁ? କେତେ ଆମେ ସମ୍ଭାଳି ପାରିଛୁ? ଆମକୁ ଆମେ ରହୁଥିବା ଗ୍ରହ ଏବଂ ଏଠାରେ ରହୁଥିବା ସବୁ ପ୍ରାଣୀଙ୍କ ଯତ୍ନ ନେବାକୁ ହେବ ଏବଂ ଉଚିତ ସମ୍ମାନ ଦେବାକୁ ହେବ। ରସାୟନ ମୁକ୍ତ ଜୈବିକ କୃଷି କରିବାକୁ ପ୍ରୋତ୍ସାହିତ କରିବାକୁ ହେବ ଏବଂ ପ୍ଲାଷ୍ଟିକ, ବିଷାକ୍ତ ରସାୟନ ସାର ବ୍ୟବହାର ନ କରି ପୃଥିବୀକୁ ପ୍ରଦ୍ୟୁଷଣ ମୁକ୍ତ କରିବାକୁ ହେବ। ସଂଯୁକ୍ତ ଭାବରେ ଏକତ୍ରିତ ହୋଇ ପରିବେଶ ପ୍ରତି ସଚେତନ ହେବା ଲାଗି ପଦକ୍ଷେପ ନେବା ହିଁ ମହାନ ଭେଟି ହେବ।