ସରକାରୀ ଅଧିକାରୀଙ୍କ ମଧ୍ୟରେ ସଂଘର୍ଷ, ଥାନାରେ ମାମଲା

ରାୟଗଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ଟ୍ରେଜେରୀ ଅଧିକାରୀ ଓ ଅତିରିକ୍ତ ଟ୍ରେଜେରୀ ଅଧିକାରୀଙ୍କ ମଧ୍ୟରେ ମାରପିଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କ ମଧ୍ୟରେ ଝଗଡା ହେବାରୁ ମାମଲାଟି ଟାଉନ ଥାନାରେ ପହଞ୍ଚିଛି। ଉଭୟଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଦୁହିଁଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ଏସଆଇ ଚିତ୍ତରଞ୍ଜନ ମହାନ୍ତିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅପରାହ୍ଣରେ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଶିବଶଙ୍କର ବିହାରୀ ଏବଂ ଉକ୍ତ କାର୍ଯ୍ୟାଳୟର ଅତିରିକ୍ତ ଟ୍ରେଜେରୀ ଅଧିକାରୀ ଦୀପ୍ତିମନ ପାତ୍ରଙ୍କ ମଧ୍ୟରେ ଅଫିସ କାର୍ଯ୍ୟକୁ ନେଇ ଝଗଡା ହୋଇଥିବା ଉଭୟଙ୍କ ପକ୍ଷରୁ ଆଜି ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ଚାଲିଛି।