ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆବାହକ ଅଶ୍ୱିନୀ ତ୍ରିପାଠୀଙ୍କ ନେତ୍ୱତ୍ୱରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରାମନାଗୁଡ଼ା ମୁଖ୍ୟ ବଜାରରୁ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିବା ପରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ୫ଦଫା ସମ୍ବଳିତ ଦାବିପତ୍ରରେ ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରି ଓ ଗଣନା ସହ ୬ଟି ଆନୁମାନିକ ବେତନ ବୃଦ୍ଧି, ପଦୋନ୍ନତି ସୁଯୋଗ, ପ୍ରାଥମିକ ଶିକ୍ଷକଙ୍କୁ ୨୮ଶହ ଟଙ୍କା ଗ୍ରେଡ ପେ ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଅନ୍ତର୍ଭୁକ୍ତ,ଏକ୍ସ କ୍ୟାଡ଼ର ପ୍ରଥା ଉଛେଦ ସହ କ୍ୟାଡ଼ରେ ଅନ୍ତର୍ଭୁକ୍ତ କରିବା ଓ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ କରି ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା ଆଦି ଦାବି ଦାବୀପତ୍ରରେ ଉଲ୍ଲେଖ ରହିଛି । ସେହିପରି ଅନୁରୂପ ଦାବିପତ୍ର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୂଜନ ମଲ୍ଲିକଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ସମୟରେ ରମେଶ ମିଶ୍ର, ଲଳିତ ଚୈଧୁରୀ, ମାଣ୍ଡାଙ୍ଗି ତାଉଡୁ, ଅକ୍ଷୟ ରାଜଗୁରୁ, କୃଷ୍ଣ ପଟ୍ଟନାୟକ ଓ ସୁରେଶ ଖାଡ଼ାଙ୍ଗା ପ୍ରମୁଖଙ୍କ ସହ ୧୨୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।