ରାଷ୍ଟ୍ରପତିଙ୍କୁ ଭେଟିଲେ ଦେଶର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଏହି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସହ ତାଙ୍କ ପତ୍ନୀ କଳ୍ପନା ଦାସ ମଧ୍ୟ ଉପସ୍ଥିତ ଥିଲେ । ଏନେଇ ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ପ୍ରଦାନ କରାଯାଇଛି ।