ପାରିଖିତି ଘାଟି ନିକଟରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟରେ ବିଳମ୍ବିତ ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡିଛି। ଟ୍ରକ (ଓଡି-୨୦-୭୬୫୭)ଟି ଆନ୍ଧ୍ରପ୍ରଦେଶର ଆନାକାପିଲିଠାରୁ ସିମେଣ୍ଟ ବୋଝେଇ କରି ସମ୍ବଲପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ପାରିଖିତି ଘାଟି ନିକଟରେ ଓଲଟି ପଡ଼ିଥିଲା। ଏଥିରେ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ଖବରପାଇ ରାମନାଗୁଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି।