ଛୋଟା ରାଜନ ଜୀବିତ: ଦିଲ୍ଲୀ ଏମସ

ନୂଆଦିଲ୍ଲୀ,ଏଜେନ୍ସି: ବଞ୍ଚିଛି ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ। କରୋନାରେ ଛୋଟା ରାଜନର ମୃତ୍ୟୁ ଆସିଥିବା ଖବରକୁ ଅସ୍ୱୀକାର କରିଛି ଦିଲ୍ଲୀ ଏମ୍ସ। ସୂଚନାଯୋଗ୍ୟ ଯେ କରେନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲା ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ। କରୋନାରେ ସଂକ୍ରମିତ ହେବା ପରେ ୬୨ ବର୍ଷୀୟ ଛୋଟା ରାଜନକୁ ତିହାର ଜେଲରୁ ନେଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଛୋଟା ରାଜନ ବିରୋଧରେ ୨୪ରୁ ଅଧିକ ଅପରାଧିକ ମାମଲା ରହିଛି। ଏଥିମଧ୍ୟରୁ ୪ଟି ମାମଲାରେ ଦଣ୍ଡ ଶୁଣାଇ ସାରିଥିଲେ କୋର୍ଟ। ଛୋଟା ରାଜନକୁ ତିହାର ଜେଲ ପରିସରରେ ଜେଲ-ନମ୍ବର ୨ରେ ଥିବା ସୁରକ୍ଷିତ ୱ୍ୱାର୍ଡରେ ରଖାଯାଇଥିଲା। ଛୋଟା ରାଜନକୁ ବିଭିନ୍ନ ଅପରାଧିକ ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଶୁଣାଯାଇଥିଲା।