କୋରୁକୋଣ୍ଡା,ଏନ୍ଏନ୍ଏସ୍: ସମଗ୍ର ଦେଶରେ କେନ୍ଦ୍ର ସରକାର ଘୋଷଣା କରିଥିବା ଲକଡାଉନକୁ ୫ ଦିନ ପୁରିଛି । କିନ୍ତୁ ଏବେ ବି ଲୋକେ ସଚେତନତା ହୋଇନଥିବା ଦେଖିବାକୁ ମିଳୁଛି। ତେଣୁ ପୁଲିସ ପ୍ରଶାସନ ବାଧ୍ୟହୋଇ କେତେବେଳେ ଲାଠି ଧରି ଗଳିରୁ ଗଳି ଘୁରି ବୁଲୁଛି ତ କେତେବେଳେ ଲୋକଙ୍କୁ ବୁଝାଉଛି। ତଥାପି କିଛି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯାଉନଥିବାରୁ ଚିତ୍ରକୋଣ୍ଡା ଆରକ୍ଷୀ ଉପଖଣ୍ଡ ଅଧିକାରୀ ସୁନାରାମ ହେମ୍ବ୍ରମ୍ ଏକ ଟିମ ଗଠନ କରି ବାଲିମେଳା ନଗରର ଥିବା ସବୁ ଗଳିକନ୍ଦି ବୁଲି ଲୋକଙ୍କୁ ବୁଝାଇଥିଲେ। ଏସଡିପିଓଙ୍କୁ ଦେଖି ବାହାରେ ବୁଲୁଥିବା ଲୋକେ ନିଜ ନିଜ ଘର ଭିତରକୁ ଲୁଚି ପଳାଇଥିଲେ। ଆଉ ଯେଉଁମାନେ ଧରା ପଡ଼ିଥିଲେ ଏସଡିପିଓ ସେମାନଙ୍କୁ ତାଗିଦ କରିବା ସହ ବିନା କାରଣରେ ନ ବୁଲିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ତେବେ ଆଗରୁ ବହୁ ପୋଲିସ ଅଧିକାରୀ ଆସିଥିଲେ ମଧ୍ୟ ଏପରି ଚାଲି ଚାଲି ସବୁ ଗଳିକନ୍ଦି ବୁଲିବା ଅଞ୍ଚଳବାସୀ କେବେ ଦେଖି ନଥିବା କହିଥିଲେ।