ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚୀନର କୂଟନୀତି

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଚୀନ ଏକ ବଡ଼ କୂଟନୀତି ଚଲାଇଛି । ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ପାଖାପାଖି ୭.୯୧ ଲକ୍ଷ ଡଲାର ମୂଲ୍ୟର ଖାଦ୍ୟ ପଦାର୍ଥ ଓ ଦୈନିକ ଆବଶ୍ୟକୀୟ ସାମଗ୍ରୀ ପଠାଇଛି । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ପୂର୍ବ ୟୁରୋପୀୟ ଦେଶ ଋଷ ବିରୋଧରେ ଲଗାଇଥିବା ଆର୍ଥିକ ପ୍ରତିବନ୍ଧକୁ ଚୀନ ବିରୋଧ କରିଛି । ଏଥିସହିତ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ପଛରେ ଆମେରିକାକୁ ଚୀନ ଦାୟୀ କରିଛି।

ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଔ ଲିଜିୟାନ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ସାହଯ୍ୟୟୁକ୍ରେନକୁ ହସ୍ତାନ୍ତର କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଖୁବଶୀଘ୍ର ପଠାଯିବ । ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିବା ବେଜିଂ ଓ ମୋସ୍କୋକୁ ଚୀନ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛି ।