ଆମେରିକାକୁ ଚୀନର ଧମକ : ତାଇବାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କଲେ କଡ଼ା ଜବାବ ଦେବୁ

ବୀଜିଂଗ: ଚୀନ ସମଗ୍ର ବିଶ୍ୱର ସ୍ଥିତି ଖରାପ କରିବାର କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ଭାରତ ସମେତ ଚୀନ ନିଜର ସମସ୍ତ ପଡ଼ୋଶୀ ଦେଶ ସହ ବିବାଦ ସୃଷ୍ଟି କରିଛି। ଆଉ ଏଥର ଆମେରିକାକୁ ଧମକ ଦେବାରେ ମଧ୍ୟ ଚୀନ ପଛରେ ପଡ଼ିନାହିଁ। ଯଦି ତାଇବାନକୁ ଆମେରିକା ଅସ୍ତ୍ରଶସ୍ତ୍ର ବିକ୍ରି କରେ ତା’ହେଲେ ଚୀନ ଉଚିତ ଜବାବ ଦେବ ବୋଲି ସଙ୍କଳ୍ପ ନେଇଛି।

ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ବାଙ୍ଗ ବେନବିନ କହିଛନ୍ତି ଯେ, ତାଇବାନ ସହ ଅସ୍ତ୍ରଶସ୍ତ୍ର ବିକ୍ରିକୁ ନେଇ କରିଥିବା ସମସ୍ତ ଚୁକ୍ତିକୁ ଆମେରିକା ରଦ୍ଦ କରିଦେବା ଉଚିତ। ଫଳରେ ଆମେରିକା-ଚୀନ ସମ୍ପର୍କ ଏବଂ ତାଇବାନର ଶାନ୍ତି ଓ ସ୍ଥିରତାକୁ ସୁରକ୍ଷିତ ରଖାଯାଇ ପାରିବ।

ସୂଚନାଯୋଗ୍ୟ, ଆମେରିକାର ବିଦେଶ ମନ୍ତ୍ରଣାଳୟ ତାଇବାନକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ଥିବା ଆଧୁନିକ ଶ୍ରେଣୀର ୫ଟି ଡ୍ରୋନ ତାଇବାନକୁ ବିକ୍ରି କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି।