ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍ ଯୋଗୁଁ ଚୀନ ସମୁଦ୍ରରେ ପ୍ରାୟ ୬୮ଜଣ ଭାରତୀୟ ନାବିକ ଅଟକିଛନ୍ତି। ଚୀନ୍ ସରକାର ମଝି ସମୁଦ୍ରରେ ଲଙ୍ଗର ପକାଇଥିବା ଜାହାଜଗୁଡିକୁ ନିଜ ବନ୍ଦରରେ ପ୍ରବେଶ ଅନୁମତି ଦେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି। ‘ଏମ୍ଭି ଆନାସ୍ତାସିଆ’ ଓ ‘ଏମ୍ଭି ଜଗ୍ ଆନନ୍ଦ’ ନାମକ ଦୁଇଟି ଭାରତୀୟ ଜାହାଜ ପ୍ରାୟ ପାଞ୍ଚମାସ ହେଲା ଚୀନ ତଟବର୍ତ୍ତୀ ସମୁଦ୍ରରେ ଅଟକି ରହିଛି। ଏହି ନାବିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜଣାପଡିଛି।