ବାଲ୍ୟ ବିବାହ ରୋକିଲା ପ୍ରଶାସନ, ଶିଶୁଯତ୍ନ ଗୃହରେ ରହିଲା ନାବାଳିକା

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁରରେ ଚାଲିଥିବା ଏକ ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ଦ୍ୱାରା ରୋକାଯାଇଛି। କୌଣସି ସୂତ୍ରରୁ ବାଲ୍ୟ ବିବାହ ନେଇ ଖବର ପାଇ ନନ୍ଦପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସ୍ଥାନୀୟ ପୁଲିସ ଓ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ପରିବାରବର୍ଗଙ୍କୁ ବୁଝାଇଥିଲେ। ପରିବାର ଲୋକ ନବୁଝିବାରୁ ସେମାନଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା। ଶିଶୁ ମଙ୍ଗଳ କମିଟିରେ ପରିବାରବର୍ଗଙ୍କୁ ବୁଝାସୁଝା କରାଯିବା ପରେ ସେମାନେ ବିବାହ ନ କରିବାକୁ ରାଜି ହୋଇଥିବା କମିଟି ଅଧ୍ୟକ୍ଷା ଡା.ଗାୟତ୍ରୀ ଦେବୀ ସୂଚନା ଦେଇଛନ୍ତି। ନାବାଳିକାକୁ ଶିଶୁ ଯତ୍ନ ଗୃହରେ ରଖା ଯାଇଥିବା ବେଳେ ସିଏମପିଓଙ୍କୁ କୋର୍ଟରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡା.ଗାୟତ୍ରୀ ପ୍ରକାଶ କରିଛନ୍ତି।