ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କର୍ମଶାଳା

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ରୋଟାରୀ ଭବନଠାରେ ଶୁକ୍ରବାର ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବନାଯୋଡିସ୍ଥିତ ଆଇଡିଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ଅୟୋଜିତ ଏହି କର୍ମଶାଳାରେ ଆଇଡିଏର ସମ୍ପାଦିକା ଅଧ୍ୟକ୍ଷତା କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଞ୍ଜିବ କୁମାର ବାରିକ ମୁଖ୍ୟଅଥିତି ଭାବେ ଯୋଗଦେଇଥିଲେ। ଏଥିସହ କାର୍ୟ୍ୟକ୍ରମରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଶିଶୁ ସମ୍ବାଦିକା ପାର୍ବତୀ ସେଠୀ, ଶିଶୁ ସାମ୍ବାଦିକ ପବିତ୍ର ମୁଣ୍ଡା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଶାଳାରେ ବାଲ୍ୟବିବାହକୁ କିପରି ରୋକାଯାଇପାରିବା ସେ ସମ୍ପର୍କରେ ଆଲୋଚନା ହୋଇଥିଲା।