ଖେଳହେଲା କାଳ : ଗଡ଼ିଆରେ ବୁଡି ନାବାଳକର ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ତ୍ତିଳବେଡା ଗାଁରେ ଘଟିଛି ଅଘଟଣ । ଖେଳୁଥିବା ସମୟରେ ପୋଖରୀରେ ବୁଡି ଜଣେ ୪ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ଗ୍ରାମର ସନାତନ ବଦ୍ରାଙ୍କ ୪ ବର୍ଷର ପୁଅ ବିକାଶ ବଦ୍ରା। ସେ ପାଟଣା ଥାନା ତ୍ତିଳବେଡାରେ ବାପା ମାଙ୍କ ସହ ମାମୁଁ ଘରେ ରହୁଥିଲେ। ଶୁକ୍ରବାର ଅପରାହ୍ନରେ ସେ ଖେଳୁ ଥିବା ସମୟରେ ଗଡ଼ିଆରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲ।। ହେଲେ ଭାଗ୍ୟର ବିଡ଼ମ୍ବନା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସାହାରପଡା ଫାଣ୍ଡି ପୋଲିସ ପହଁଚି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।