ବାଲେଶ୍ୱର,ଏନ୍ଏନ୍ଏସ୍: ଆଜି ବାଲେଶ୍ୱର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସ୍ମାର୍ଟ କାର୍ଡ଼ ଦ୍ୱାରା ବାଲେଶ୍ୱର ଜିଲ୍ଲାର ମୋଟ୍ ୧୯ ଲକ୍ଷ ୩୧ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ।
ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୨୧ ହଜାରରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ। ପରେ ଅବଶିଷ୍ଟ କାର୍ଡ ବଣ୍ଟନ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ପାଇଁ ୩୬୬ କୋଟି ଟଙ୍କା ବ୍ୟୟରେ ୭୭ଟି ପ୍ରକଳ୍ପର ଉଦଘାଟନ କରିବେ। ଏଥିସହ ୧୧୮୬ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।