ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବାପା ଗିରଫ

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବାପା ନନ୍ଦ କୁମାର ବଘେଲଙ୍କୁ ପୁଲିସ ଗିରଫ କରିଛି। ବ୍ରାହଣ ସମାଜ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗିରଫ ହେବା ପରେ ନନ୍ଦ କୁମାରଙ୍କୁ ରାୟପୁରର ଏକ କୋର୍ଟରେ ହାଜର କରାଯାଇଛି। ଆଉ କୋର୍ଟ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ବ୍ରାହଣଙ୍କୁ ବିଦେଶୀ କହି ସମାଜରୁ ବହିଷ୍କୃତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପିତା ଲୋକଙ୍କୁ ନିବେଦନ କରିଥିଲେ। ସେ କଥିତ ରୂପେ ବ୍ରାହ୍ମଣକୁ ଗାଁରେ ପଶିବାକୁ ନ ଦେବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ।