ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ଇଂଲଣ୍ଡ ୧୩୪ ରନରେ ଅଲଆଉଟ ହୋଇଯାଇଛି। ଭାରତ ପ୍ରଥମ ପାଳିରେ ୩୨୯ ରନ୍ କରିଥିବାରୁ ଇଂଲଣ୍ଡଠାରୁ ୧୯୫ ରନରେ ଆଗୁଆ ରହିଛି। ଭାରତ ଲାଗି ଅଫ୍ ସ୍ପିନର ଅଶ୍ୱିନ୍ ୪୩ ରନ୍ ଦେଇ ୫ ୱିକେଟ ନେଇଥିଲେ। ଅନ୍ୟପଟେ ଇଂଲଣ୍ଡ ଲାଗି ବେନ ଫୋକ୍ସ ସର୍ବାଧିକ ଅପରାଜିତ ୪୨ ରନ୍ କରିଛନ୍ତି।
ସୂଚନାଯୋଗ୍ୟ, ଅଶ୍ୱିନ୍ ୫ଟି ୱିକେଟ ନେଇଥିବାବେଳେ ଇଶାନ୍ତ ଶର୍ମା ୨୨ ରନ୍ ଦେଇ ୨ଟି ୱିକେଟ, ଅକ୍ଷର ପଟେଲ ୪୦ ରନ୍ ଦେଇ ୨ଟି ୱିକେଟ ଓ ମହମ୍ମଦ ସିରାଜ ୫ ରନ୍ ଦେଇ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି।