କେନ୍ଦୁଝର/ଘଟଗାଁ,ଏନ୍ଏନ୍ଏସ୍: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଆରାଧ୍ୟ ଦେବୀ ମା’ତାରିଣୀଙ୍କ ପୀଠ ଘଟଗାଁକୁ ଆସି ମା’ଙ୍କର ଦର୍ଶନ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫୦ମିନିଟରେ ଛତିଶଗଡ଼ରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ଘଟଗାଁ ମିନି ଷ୍ଟାଡିୟମରେ ଓହ୍ଲାଇ ଥିଲେ।

ସେଠାରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ର ଏବଂ ଅନ୍ୟାନ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦୁଝର ଡିସିସି ସଭାପତି ମୋହନ ପରିଡ଼ା, କାର୍ୟ୍ୟକାରୀ ଜିଲ୍ଲା ସଭାପତି ବିପ୍ଲବ ମିଶ୍ର, ରତିକାନ୍ତ ବରାଳ, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ମୁଖପାତ୍ର ପଦ୍ମଚରଣ ଗୁରୁଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।
