ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାୟର

ପଞ୍ଜାବ: ପଞ୍ଜାବର ଦିବଙ୍ଗତ ସିଙ୍ଗର ସିଦ୍ଧୁ ସୁସେୱାଲାଙ୍କ ହତ୍ୟାକାଣ୍ଡକୁ ନେଇ ପଞ୍ଜାବ ପୁଲିସ ମନସା କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଉକ୍ତ ଚାର୍ଜସିଟରେ ପଞ୍ଜାବ ପୁଲିସ ୩୪ ଜଣଙ୍କ ନାମ ଉଲ୍ଲେଖ କରିଛି ।

ସୂଚନାଯୋଗ୍ୟ, ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ ତାରିଖରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା । ଗତକାଲି ସିଦ୍ଧୁଙ୍କ ପରିବାରବର୍ଗ ଓ ପ୍ରଶଂସକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ସିଦ୍ଧୁଙ୍କ ପିତା ବଲକୌର ସିଂହ ଓ ମା’ ଚରଣ କୌର ଏହି କ୍ୟାଣ୍ଡେଲ ଯାତ୍ରାର ନେତୃତ୍ୱ ନେଇଥିଲେ । ପରିଣାମ କିଛି ବି ହେଉ ମୁଁ ଚୁପ ବସିବିନି ବୋଲି ସିଦ୍ଧୁଙ୍କ ପିତା କହିଥିଲେ ।